ଛତ୍ରପୁର: ବିଭିନ୍ନ ସମାସ୍ଯା ନେଇ ଆର୍ଯ୍ୟପଲ୍ଲୀ ସ୍ଥିତ ସାମୁଦ୍ରିକ ଥାନା ଠାରୁ ଶ୍ରମିକ ସଂଘର ଶୋଭାଯାତ୍ରା
ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପୋର୍ଟ ମଜଦୂର ସଂଘର ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆର୍ଯ୍ୟପଲ୍ଲୀ ସ୍ଥିତ ପୋର୍ଟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ଅପରାହ୍ନରେ ଭାରତୀୟ ମଜଦୂର ସଙ୍ଘର ସହ ବନ୍ଧିତ ପୋର୍ଟ ମଜଦୂର ସଙ୍ଘ, ଗୋପାଳପୁର ତରଫରୁ ଶ୍ରମିକ ମାନଙ୍କ ୧୪ଦଫା ଦାବି ନେଇ ଗୋପାଳପୁର ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିବା ସହ ଏକ ଦାବିପତ୍ର ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।