ଝାରସୁଗୁଡା ଜିଲ୍ଲା ବେଲପାହାଡ଼ରେ ଅନୁଷ୍ଠିତ ସର୍ବଭାରତୀୟ ଟିଆରଏଲ କ୍ରୋସାକି କପ୍ ଫୁଟବଲ୍ ଉଦ୍ଯାପିତ ହୋଇଛି l ଆଜି ଅପରାହ୍ନ ୨ ଟା ୩୦ ରୁ ୪ ଟା ୩୦ ଯାଏଁ ବେଲପାହାଡ଼ ୟୁନାଇଟେଡ ଦଳ ଓ ଭୁବନେଶ୍ବର ଜଗା ୟୁନାଇଟେଡ ଦଳ ମଧ୍ୟରେ ଫାଇନାଲ ମେଚ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ୧-୧ ଗୋଲରେ ଅମିମାଂସିତ ରହିଥିଲା l ଏହାପରେ ଟ୍ରାଇ ବ୍ରେକର ଜରିଆରେ ବେଲପାହାଡ଼ ୟୁନାଇଟେଡ ଦଳ ୪-୨ ଗୋଲରେ ଜଗା ୟୁନାଇଟେଡ ଦଳକୁ ପରାସ୍ତ କରି ଚମ୍ପିଆନ୍ ଟ୍ରଫି ହାସଲ କରିଥିଲା l ଚମ୍ପିଆନ୍ ଦଳକୁ ନଗଦ ୧ ଲକ୍ଷ ଟଙ୍କା ଓ ଉପବିଜେତା ଦଳକୁ ନଗଦ ୭୦ ହଜାର ଟଙ୍କା ସହିତ ଉଭୟ ଦଳକୁ ଟ୍ରଫି ପୁରସ