ବରଗଡ: ବରଗଡ଼ ଭିଜିଲାନ୍ସ ବିଭାଗ ପକ୍ଷରୁ ବରପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଞ୍ଚ ନେଉଥିଲା ବେଳେ ଚଢାଉ କରାଯାଇଥିବା ନେଇ ସୂଚନା ପ୍ରଦାନ
ଫୋନ ପେ ମାଧ୍ୟମରେ ନେଉଥିଲେ ଲାଞ୍ଚ ମାଡି ବସିଲା ଭିଜିଲାନ୍ସ | ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏକାଉଣ୍ଟେଟ ଓ ମହିଳା ପିଅନ ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ବରଗଡ଼ ଭିଜିଲାନ୍ସ ବିଭାଗ । ସୋମବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଏନେଇ ବରଗଡ଼ ଭିଜେଲାନ୍ସ ବିଭାଗ ସୂଚନା ଦେଇଛି | ଆକାଉଣ୍ଟେଟ ଚନ୍ଦ୍ର ଶେଖର ସାହୁ ଓ ପିଅନ ତମନ୍ନା ସାହୁ ଫୋନ ପେ ମାଧ୍ୟମରେ ନେଉଥିଲେ ଲାଞ୍ଚ । ବକେୟା ଦରମା କରାଇ ଦେବାକୁ କହି ଜଣେ ସ୍ଵାସ୍ଥ୍ୟ କର୍ମୀଙ୍କ ଠାରୁ ନେଉଥିଲେ ଲାଞ୍ଚ ।