ତେଲକୋଇ: ସାରା ରାଜ୍ୟ ଆଜି ଆଲୋକର ପର୍ବ ଦୀପାବଳୀ ,କାଳୀପୂଜାକୁ ପାଳନ କରୁଥିବା ବେଳେ ତେଲକୋଇ ବ୍ଲକ ଅଞ୍ଚଳ ସମେତ ରାଇସୁଆଁ ଅଞ୍ଚଳ ଚଳଚଞ୍ଚଳ
ସାରା ରାଜ୍ୟ ଆଜି ଆଲୋକର ପର୍ବ ଦୀପାବଳୀ ,କାଳୀପୂଜାକୁ ପାଳନ କରୁଥିବା ବେଳେ ତେଲକୋଇ ବ୍ଲକ ଅଞ୍ଚଳ ସମେତ ରାଇସୁଆଁ ଅଞ୍ଚଳ ଚଳଚଞ୍ଚଳ, ପବିତ୍ର ଦିପାବଳୀ ଓ କାଳିପୂଜା କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ , ଆଲୋକର ପର୍ବ ଦିପାବଳୀ ଏହି ଦିନରେ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମାପ୍ତ କରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ତେଣୁ ଲୋକେ ଏହିଦିନ ଟିକୁ ମନେ ରଖିବା ପାଇଁ ,ଘରକୁ ସୁନ୍ଦର ରଙ୍ଗୋଲି ଆଲୋକ ମାଳରେ ସଜାନ୍ତି ,ଦୀପ ଜାଳି ବାଣ ଋଷଣିରେ ନାଚିଥାନ୍ତି I ଏହି ଦିନ ମା' କାଳିଙ୍କୁ ପୂଜା କରାଯାଏ ଏବଂ ଏହି ପର୍ବ ଅନ୍ଧାର ଉପରେ ଆଲୋକର ବିଜୟକୁ ସୂଚାଏ