ରିଆମାଳ ବ୍ଲକର ୧୨ ଟି ପଂଚାୟତକୁ ନେଇ ନୂତନ ବ୍ଲକ ଗଠନ ନିମନ୍ତେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରିଆମାଳ ବ୍ଲକ ଅନ୍ତର୍ଗତ ଭାଇ ଭଉଣୀ ଦର୍ହ ତାରିଣୀ ମନ୍ଦିର ଠାରେ ଉକ୍ତ ବୈଠକ ରବିବାର ଦିନ ପ୍ରାୟ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ସନ୍ତୋଷ କୁମାର ସାହୁ, କ୍ଷିରୋଦ ଚନ୍ଦ୍ର ପ୍ରଧାନ, ବୀରେନ କୁମାର ପ୍ରଧାନ ଏବଂ ଗୌତମ ପ୍ରଧାନଙ୍କ ଆହ୍ୱାନ କ୍ରମେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଂପକ୍ତ ପଂଚାୟତର ସରପଂଚ, ସମିତିସଭ୍ୟ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନୂତନ ବ୍ଲକ ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।