ନଭେମ୍ବର ୧୭ ତାରିଖ ସମୟ ସନ୍ଧ୍ୟା ପ୍ରାୟ ୫ ଟାରୁ ରାତ୍ରି, ୭ଟା ପର୍ଯ୍ୟନ୍ତ ରାଉରକେଲା ଶ୍ରମିକ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଓ ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ ପ୍ରମୁଖ ମିଳିତ ଭାବେ ୪୦୦ରୁ ଉର୍ଧ୍ଵ ଶ୍ରମିକମାନେ ମିଶି IGH ପାଖରେ ଗଣବିକ୍ଷୋଭ କରିଛନ୍ତି, IGH କୁ ଘରୋଇକରଣ କରାଇ ନ ଦେବା ଦାବିରେ ଉଭୟ ନେତା RSP କର୍ତୃପକ୍ଷ ଓ ସରକାରଙ୍କୁ ଚେତେଇ ଦେଇ କହିଛନ୍ତି, ସରକାର ଘରୋଇ କରଣ ନିଷ୍ପତି ନ ବଦଳାଇଲେ ଆଗକୁ ଭୟଙ୍କର ପରିସ୍ଥିତି ହେଵ, ତାହା ପାଇଁ ସରକାର ହିଁ ଦାୟୀ ରହିବେ