ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଦେବଗଡ ଥାନା ପୋଲିସ ଗତକାଲି କୁରଡ ଛକରୁ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । କୁରଡ ଗ୍ରାମର କେଶବ ଚନ୍ଦ୍ର ପ୍ରଧାନ(୫୫) ଓ ସିପୁନ ଦାସ (୩୦) ଗିରଫ ହୋଇଥିବା ବେଳେ ଉଭୟଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଥିଲା । ଏନେଇ ଆଜି ରାତି ୮ ଟାରେ ଦେବଗଡ ଥାନାରୁ ସୂଚନା ମିଳିଛି । ଗତକାଲି ଇନ୍ସପେକ୍ଟର ବିନୟ କେର୍କେଟାଙ୍କ ନେତୃତ୍ୱରେ ଦେବଗଡ ଥାନା ପୁଲିସ ପକ୍ଷରୁ ପ୍ୟାଟ୍ରୋଲିଂ ଚାଲିଥିବା ବେଳେ କୁରଡ ଛକ ରାସ୍ତାରେ କେଶବ ଓ ସିପୁନ ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ବେଳେ ପୋଲିସ ଚଢାଉ କରିଥିଲା।