ବାଲିକୁଦା: ବାରିଲୋ ଗ୍ରାମରେ ସ୍ତ୍ରୀ ଆତ୍ମହତ୍ୟା ଘଟଣାରେ ଭାଇର ଅଭିଯୋଗ ପରେ ସ୍ୱାମୀ କାଳନ୍ଦୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଗତ ୩ ଦିନ ତଳେ ବାରିଲୋ ଗ୍ରାମର ସବିତା ସାହୁ ଆତ୍ମହତ୍ୟା କରିଥିଲା ବେଳେ ତାଙ୍କ ଭାଇ ଥାନାରେ ଏକ ହତ୍ୟା ଅଭିଯୋଗ କରିଥିଲେ। ପୋଲିସ ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ସକାଳେ ବାରିଲୋ ଗ୍ରାମରେ ଚଢ଼ାଉ କରି ମହିଳାଙ୍କ ସ୍ୱାମୀକୁ ଗିରଫ କରିଥିଲା। ଏହାପରେ ଅପରାହ୍ନରେ ମହିଳାଙ୍କ ସ୍ୱାମୀ କାଳନ୍ଦୀକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।