ସମ୍ବଲପୁରୀ ଭାଷାର ପ୍ରଥମ ସାହିତ୍ୟ ପତ୍ରିକା "ଝରନ" ର ପ୍ରତିଷ୍ଠାତା ସମ୍ପାଦକ ତଥା କବି ସ୍ଵର୍ଗତ ନୃପତି ଦେହେରୀଙ୍କର ଝାରସୁଗୁଡା ଜିଲ୍ଲା ଧୂଲୁଣ୍ଡାରେ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି l ୧୯ ଖଣ୍ଡ ମୌଜା ସାହିତ୍ୟ ପରିଷଦ ଓ ନୃପତି ଦେହେରୀ ସ୍ମୃତି କମିଟି ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଆୟୋଜିତ ଭବ୍ୟ ସାହିତ୍ୟ ସମାବେଶରେ ବେଣୁଧର ଦେହେରୀ ସଭାପତିତ୍ବ କରିଥିଲାବେଳେ ବେଳେ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକମାନେ ଉପସ୍ଥିତ ଥିଲେ l ୧୯ ଖଣ୍ଡିଆ ଆଈମା କଥାନି, ଆଲୋକ ତୃଷ୍ଣା", କବିତା ପୁସ୍ତକ" ଦେଶ ଓ ଦେହ, ମନଚାହାଁ ଆକାଶ, ଝୁଲା ପାଠାଗାରର ଉତଘାଟନ ହୋ