ବରଗଡ: ଭଟଲି ଛକରୁ ମୁନ୍ସିପାଲଟି ଅଫିସ ପର୍ଯ୍ୟନ୍ତ 48 ଘଣ୍ଟା ମଧ୍ୟରେ ସରକାରୀ ଜମି ଛାଡ଼ିବା ପାଇଁ ସୂଚନା ଦେଲା ପୌର ପ୍ରଶାସନ
ରାସ୍ତା ପ୍ରଶସ୍ତି କରଣ ଓ ଡ୍ରେନ ନିର୍ମାଣ ପାଇ ଜବର ଦଖଲକାରିଙ୍କୁ ସରକାରୀ ଜମି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଛାଡିବା ପାଇ ସୂଚନା ଦେଲା ପୌର ପ୍ରଶାସନ | ଗୁରୁବାର ଅପରାହ୍ନ 3 ଘଣ୍ଟା ସମୟରେ ଭଟଲି ଛକରେ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଇଛି | ବରଗଡ଼ ଭଟଲି ଛକରୁ ମୁନ୍ସିପାଲଟି ବୋର୍ଡର ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵ ରାସ୍ତା ପ୍ରଶସ୍ତି କରଣ ଓ ଡ୍ରେନ ନିର୍ମାଣ କରାଯିବ ତେବେ ଜବର ଦଖଲକାରିଙ୍କୁ ୪୮ ଘଣ୍ଟା ମଧ୍ୟରେ ଜମି ଛାଡିବା ପାଇ ସୂଚନା ଦେଇଛି ପୌରପରିଷଦ | ୪୮ ଘଣ୍ଟା ମଧ୍ୟରେ ଜବର ଦଖଲ ଜମି ନ ଛାଡିଲେ ଧାରା 256 ଅନୁଯାଇ ଉଚ୍ଛେଦ କରାଯିବ ବୋଲି ଡାକବାଜି ଯନ୍ତ୍ରରେ ଜଣାଇଛି ।