ପାରଳାଖେମୁଣ୍ଡି: ନଦୀ ମୁଠା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଗଜପତି ଏସପି ଙ୍କ ଦୁର୍ଗମାଞ୍ଚଳ ସମ୍ବଲପୁର ରେ ସଚେତନତା ବୈଠକ
ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଦୁର୍ଗାମାଞ୍ଚଳ ନଦୀ ମୁଠା ଅଞ୍ଚଳରେ ଦିନ ପ୍ରତିଦିନ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବା କୁ ଦୃଷ୍ଟିରେ ରଖି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଆଜି ଦିବା ୨ ଘଣ୍ଟା ସମୟରେ ଏକ ସଚେତନତା କାର୍ଯ୍ୟକ୍ରମ ସମ୍ବଲପୁର ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ଗଜପତି ଏସପି ସ୍ବାତି ଏସ୍ କୁମାର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ, ଆର ଉଦୟଗିରି ଉପଖଣ୍ଡ ଅଧିକ୍ଷକ ଅଶ୍ବିନୀ କୁମାର ନାୟକ, ଆର ଉଦୟଗିରି ଥାନା ଅଧିକାରୀ ସବ୍ୟସାଚୀ