ଢେଙ୍କାନାଳ ସଦର: ସାଂକୁଲେଇ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟର ଗଣତି ତହସିଲ କାର୍ଯ୍ୟାଳୟରେ ଶେଷ
ଢେଙ୍କାନାଳ ସଦର ବ୍ଲକ ସାଂକୁଲେଇ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ ଗତ ଅଗଷ୍ଟ ୨୨ ତାରିଖରେ ଅନୁଷ୍ଠିତ ହୋଇଥିଲେ । ପଞ୍ଚାୟତରେ ୧୩ଟି ୱାର୍ଡରେ ୨ଟି ୱାର୍ଡର ଭୋଟ ହୋଇନାହିଁ, ଅନ୍ୟ ଜଣେ ୱାର୍ଡ ମେମ୍ବରଙ୍କର ଅକାଳ ମୃତ୍ୟୁ ହୋଇଛି। ସେମାନଙ୍କୁ ଛାଡି ସରପଞ୍ଚକୁ ମିଶାଇ ୧୧ ଭୋଟର । ସେମାନଙ୍କ ୯ଜଣ ଅନାସ୍ଥା ଭୋଟ ଦେଇଥିଲେ । ତାହାର ଗଣତି ବୁଧବାର ଦିନ ତହସିଲ କାର୍ଯ୍ୟାଳୟରେ ତହସିଲ ଦାରଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା ।ଏହି ଭୋଗରେ ୯ଟି ଭୋଟ ସରପଞ୍ଚଙ୍କ ବିରୋଧରେ ଏବଂ ଅନାସ୍ଥାଭୋଟ ସପକ୍ଷରେ ଯାଇଥିଲା ବୋଲି ତହସିଲ ଦାର ପ୍ରକାଶ କରିଛନ୍ତି I