ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ କଂସର ଗ୍ରାମରେ ବିଷାକ୍ତ ଚିତି ସାପ ଦଂଶନରେ ଜଣେ ମହିଳା ଗୁରୁତର । ଗୁରୁତର ମହିଳା ସେହି ଗ୍ରାମର ପାତ୍ରିସ ମିଞ୍ଜଙ୍କ ସ୍ତ୍ରୀ ଲୁସିଆ ମିଞ୍ଜ (୬୨) ବୋଲି ଜଣାପଡିଛି । ଲୁସିଆଙ୍କୁ ଘର ଭିତରେ ଆଜି ଏକ ବିଷାକ୍ତ ଚିତି ସାପ ଦଂଶନ କରିଥିଲା । କିଛି ସମୟ ପରେ ସେ ଗୁରୁତର ହୋଇ ପଡିଥିବା ବେଳେ ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଆଜି ରାତି ୧୧ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।