ଜମନକିରା: ଚିନିମହୁଲ ଷଣ୍ଢପଥର ଠାରେ ଡିଜେଲ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ସୋମବାର ରାତିରେ ଏକ ଡିଜେଲ ବୋଝେଇ ଟ୍ରକ ସମ୍ବଲପୁର ପଟରୁ ଜମନକିରା ପଟକୁ ଆସୁଥିବା ବେଳେ ଷଣ୍ଢପଥର ସ୍ଥିତ ଦମକଳ କେନ୍ଦ୍ର ନିକଟ ରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରକ୍ ରେ ଡିଜେଲ ଥିବା ରୁ ଉକ୍ତ ଘଟଣା କୁ ଗୁରୁତର ସହ ନେଇ ଜମନକିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଅନ୍ୟ ପଟେ ମଙ୍ଗଳବାର ଦିନ ପୋଲିସ ଦୁର୍ଘଟଣା ର କାରଣ ନେଇ ଯାଞ୍ଚ ଆରମ୍ଭ କରିଥିବା ଜଣାପଡିଛି। ଉକ୍ତ ଦୁର୍ଘଟଣାରେ ଟ୍ରକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ସନ୍ଧ୍ୟା ୫ ଟା ସମୟରେ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।