ଜମନକିରା ତହସିଲ ଫାଶୀମାଲ RI ସର୍କଲ ଅଧୀନରେ ଥିବା ନକଟିପାଲି ଗ୍ରାମରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ମାନେ ଶୁକ୍ରବାର ଦିନ ଜମନକିରା ତହସିଲ କାର୍ଯ୍ୟଳୟରେ ଲିଖିତ ଅଭିଯୋଗ କରିଛନ୍ତି। ନକଟିପାଲି ଗ୍ରାମରେ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ଜଙ୍ଗଲ ଅଧିକାର କମିଟି ର ଅନୁମୋଦନ ଆଧାର ରେ କରା ନଯାଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା, ଯୋଗ୍ୟ ହିତାଧିକାରୀ ମାନେ ପଟ୍ଟା ପାଇବା ରୁ ବଞ୍ଚିତ ହୋଇଥିବା ଅଭିଯୋଗ ରହିଛି।