ଗୁଣୁପୁର: ଗୁଣୁପୁର ରେ ଭାରତ ବନ୍ଦ ପ୍ରଭାବରେ ସହର ସମ୍ପୂର୍ଣ୍ଣ ଠପ, ଉପସ୍ଥିତି ରହିଲେ ପୂର୍ବତନ ବିଧାୟକ
ବୁଧବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ ଟା ରୁ ଏହି ବନ୍ଦ ର ପ୍ରଭାବ ଆରମ୍ଭ ହୋଇଥିଲା ଏବଂ ଏହାର ସମ୍ପୂର୍ଣ ପ୍ରଭାବ ଗୁଣୁପୁର ରେ ଦେଖିବାକୁ ମିଳିଥିଲା। ଏହି ବନ୍ଦ ଡାକରା ରେ ସାମିଲ ହୋଇଥିଲେ ପୂର୍ବତନ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ। ସହର କୁ ଚଳାଚଳ ସମସ୍ତ ବସ ବନ୍ଦ ଥିବା ବେଳେ ବସ ଷ୍ଟାଣ୍ଡ ରେ ସମସ୍ତ ବସ ଅଟକି ଥିଲା ଫଳରେ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମୁଖୀନ ହୋଇଥିଲେ।ଦିନ ତମାମ ସହରର ର ସମସ୍ତ ଦୋକାନ, ବଜାର, ଶିକ୍ଷା ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବସ ଚଳାଚଳ ବନ୍ଦ ଥିଲା।