କଲ୍ୟାଣପୁର ପଂଚାୟତ ସ୍ଥିତ ଶ୍ରାବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର 62ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି l ଆଜି ଶ୍ରୀବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏଥିସହିତ ଛାତ୍ର ଛାତ୍ରୀଙ୍କର ବିକାଶ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ଏହି କ୍ରୀଡା ଉତ୍ସବରେ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ କ୍ରୀଡା ପ୍ରଦର୍ଶନ କରିଥିଲେ l