ପାଟଣାଗଡ଼ ବ୍ଲକ କାର୍ଯାଳୟ ପରିସରରେ ବ୍ଲକ ସ୍ତରୀୟ ଲୋକଉତ୍ସବ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ରୁ କଳାକାର ମାନେ ଆସି ତାଙ୍କର କଳା ପ୍ରଦର୍ଶନ କରିଥିଲେ। ପାଟଣାଗଡ଼ ବିଡ଼ିଓ ସୁମନ ମିଞ୍ଜ ଙ୍କ ପ୍ରତକ୍ଷ୍ୟ ତତ୍ଵାବଧାନ ରେ ଏହି ଲୋକଉତ୍ସବ ଅନୁଷ୍ଠିତ ଥିଲା । ଏଠାରୁ ମନୋନୀତପ୍ରତିଯୋଗୀମାନେ ଆସନ୍ତା ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବ ରେ ଅଂଶଗ୍ରହଣ କରିବେ