ବରଗଡ: କେନପାଲି ଛକରେ ଦୁର୍ଘଟଣା ଯୋଗୁଁ ଜଣେ ଶିଶୁ ମୃତ ଓ ତିନି ଜଣ ଆହତ ହୋଇଥିବା ନେଇ ସଦର ପୋଲିସ ପକ୍ଷରୁ ସୂଚନା ପ୍ରଦାନ
କେନପାଲି ଛକରେ ଅଟୋ ଦୁର୍ଘଟଣା | ଜଣେ ଶିଶୁ ମୃତ୍ୟୁ 3 ଜଣ ଗୁରୁତର | ଏନେଇ ସୋମବାର ଅପରାହ୍ନ 4 ଘଣ୍ଟା ସମୟରେ ସଦର ପୋଲିସ ସୂଚନା ଦେଇଛି | ସୂଚନା ଅନୁସାରେ ଗତକାଲି ସକାଳ ସମୟରେ ଅଟୋ ମାଧ୍ୟମରେ ସାୱନ୍ତପୁର ଗ୍ରାମରୁ ଚିଚିଣ୍ଡା ଗ୍ରାମକୁ ଯାଉଥିଲେ ଚିଚିଣ୍ଡାର ପରିବାର ବାସି | ଅଟୋ ଭାରସାମ୍ୟ ହରାଇ କେନପାଲି ଛକରେ ଦୁର୍ଘଟଣା ହୋଇଥିବା ବେଳେ ଘଟଣା ସ୍ଥଳରେ 4 ଜଣ ଆଘାତ ହୋଇଥିଲେ | 4 ଜଣଙ୍କୁ ଏମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲ ନିଆଯାଇଥିଲା | ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 3 ଜଣ ଗୁରୁତର ଅଛନ୍ତି ।