ନାକଟିଦେଉଳ: ହିତସରା ଗ୍ରାମରେ ଭାଲୁ ଆକ୍ରମଣରେ ଛେଳି ଚରାଳି ଆହତ
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ବାଟଗାଁ ପଞ୍ଚାୟତ ଅନ୍ତର୍ଗତ ହିତସରା ଗାଁ ରେ ଶୁକ୍ରବାର ସଂଧ୍ୟାରେ ଜଣେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଲି ଆହତ , ଆହତ ଛେଳି ଚାରାଳି ଜଣକ ହେଲେ ହିତସରା ଗ୍ରାମର ଗଣେଷ ସେଠୀ । ସେ ସବୁଦିନ ପରି ଆଜି ମଧ୍ୟ ଗାଁ ନିକଟ ଜଙ୍ଗଲକୁ ଛେଳି ଛରାଇବା ପାଇଁ ଯାଇଥିଲେ । ହେଲେ ସଂଧ୍ୟାରେ ଜଂଗଲରୁ ଘରକୁ ଫେରୁଥିବା ସମୟରେ ହଠାତ୍ ଏକ ଭାଲୁ ହାବୁଡରେ ପଡ଼ିଯାଇଥିଲେ । ଫଳରେ ଭାଲୁ ଟି ଗଣେଶ ସେଠୀକୁ ଆକ୍ରମଣ କରିଥିଲା । ସେ କୈାଣସି ମତେ ଭାଲୁ କବଳରୁ ଖସି ଆସିଥିଲେ । ବର୍ତମାନ ସେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛ l