ସୁନ୍ଦରଗଡ ସହର: ଟାଉନ ପୋଲିସ ଦ୍ବାରା ସହରର ବିଭିନ୍ନ ଅଂଚଳରୁ ନମ୍ବର ଟ୍ୟାମ୍ପରିଂ ବାଇକ ଉପରେ ଜୋରିମାନା ଆଦାୟ
ଆଜି ଫେବୃୟାରୀ 2 ତାରିଖ ସୋମବାର ଟାଉନ ପୋଲିସ ନମ୍ବର ଟ୍ୟାମ୍ପରିଂ କରି ରାସ୍ତାରେ ଗାଡ଼ି ଚାଳନା କରୁଥିବା ସମସ୍ତ ଚାଳକଙ୍କୁ ସାବଡ କରିବା ପାଇଁ ଅଭିଯାନ ଆରମ୍ଭ କରିଛି। ଆଜି ଏହି କ୍ରମରେ ପୂର୍ବାହ୍ନ 11 ଟାରୁ ସନ୍ଧ୍ୟା 7 ଟା ମଧ୍ୟରେ 14 ଟି ଗାଡିକୁ ଜବତ କରିବା ସହ ପି ଆର୍ କାଟିଛି। ଟାଉନ ଥାନା ଅଞ୍ଚଳରେ କେହି ଷ୍ଟିକରିଂ କରି କିମ୍ୱା ଟ୍ୟାମ୍ପରିଂ କରି କେହି ଗାଡ଼ି ଚାଳନା କରି ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛି। ତେବେ ଆଜିର ଏହି ଦୃଶ୍ୟ ଦେଖିଲା ପରେ ସମସ୍ତ ବିଶୃଙ୍ଖଳ ବ୍ୟକ୍ତିତ୍ଵ ସତର୍କ ହେବାକୁ ଚେତାବନୀ ଦେଇଛି।