କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରବନ୍ଧ ପଞ୍ଚାୟତ ସ୍ଥିତ ବକଟପୁର ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନ ୪ଟା ବେଳେ ଗାଁ ଗୈାତିଆ ବିକ୍ରମାଦିତ୍ୟ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା।