ଦେବଗଡ ଜିଲ୍ଲା ଲଇମୁରା ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ଏବଂ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଲଇମୁରା ଗ୍ରାମର ସୁମିତ ବିଲୁଙ୍ଗ ଏବଂ ମୁନୁ ରଣା ଏକ ବାଇକରେ ଯାଉଥିବା ବେଳେ ଅଟୋ ରିକ୍ସା ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରୁ ଅଟୋ ରିକ୍ସା ଅଳ୍ପକେ ବର୍ତି ଯାଇଥିବା ବେଳେ ବାଇକ ସହିତ ସୁମିତ ଏବଂ ମୁନୁ ରାସ୍ତାରେ ଛିଟିକି ପଡିଥିଲେ । ଫଳରେ ସୁମିତ ସାମାନ୍ୟ ଆହତ ହୋଇଥିବା ବେଳେ ମୁନୁଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ ।