ଅନୁଗୋଳ ସହରର ଜଣେ ବ୍ୟକ୍ତି ଡେଲି ମାର୍କେଟକୁ ଆସିଥିବା ବେଳେ ତାଙ୍କ ମୋବାଇଲଟି ହଜି ଯାଇଥିଲା । ସେ ଏ ନେଇ ଥାନାରେ ଏକ ଅଭିଯୋଗ କରିବା ସହ ନୁଆଁ ମୋବାଇଲ ଓ ସିମ କିଣିଥିଲେ । ନୁଆଁ ସିମ ଆକ୍ଟିଭେସନ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । ଏଥିପାଇଁ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ସାଇବର ପୋଲିସ ଘଟଣାର ତଦନ୍ତ କରି ଝାଡ଼ଖଣ୍ଡ ବୋକାରୋ ଅଞ୍ଚଳର ଅନସାରି ମହଲ୍ଲା ନାମକ ଜଣେ ବ୍ୟକ୍ତିଙ୍କୁ ରବିବାର ଗିରଫ କରିଥିଲା । ତେବେ ଅଧିକ ତଦନ୍ତ ବେଳେ ଏହି ଘଟଣାରେ ଝାଡ଼ଖଣ୍ଡ ଗୋଡା ଅଞ୍ଚଳର ସେହନାଜ ଆଲମ ନାମକ ଜଣେ ଯୁବକ ସମ୍ପୃକ୍ତ ଥିବା ପୋଲିସ ଜାଣିବା