ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଂସ ଭୂମିକା ପାଇଁ ଆବେଦନ ପତ୍ର ଦାଖଲ କଲେ ବଲାଙ୍ଗୀର ଜିଲ୍ଲାର କଳାକାର
କଂସ କଳାକାର ଅନିଲ କୁମାର ନାଏକ ଗୁରୁବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଂସ ଭୂମିକା ପାଇଁ ଆବେଦନ ପତ୍ର ଦାଖଲ କରିଛନ୍ତି | ବଲାଙ୍ଗୀର ଜିଲ୍ଲା ଭାଲେର ଗ୍ରାମର କଳାକାର ଅନିଲ କୁମାର ବିଭିନ୍ନ ମଞ୍ଚରେ କଂସ,ରାବଣ ତଥା ଅନ୍ୟ ରାକ୍ଷସ ଭୂମିକାରେ ଅଭିନୟ କରିସାରିଛନ୍ତି | ଚଳିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ତାଙ୍କୁ ସୁଯୋଗ ମିଳିଲେ ଦର୍ଶକଙ୍କୁ ଉଚ୍ଚ କୋଟିର ସଂଳାପ ଓ ଅଭିନୟ ଦେଖାଇବେ ବୋଲି ଜଣାଇଛନ୍ତି | ଚଳିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଚୟନ ପ୍ରକ୍ରିୟା କରାଯାଉଛି ।