ଆନନ୍ଦପୁର: ବେଆଇନି କରଗୋଳା ବାଲିଘାଟ ବନ୍ଦ ପାଇଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଲେ କରଗୋଳ ଗ୍ରାମବାସୀ
କରଗୋଳାରେ ଚାଲିଥିବା ବେଆଇନି ବାଲିଘାଟ ବନ୍ଦପାଇଁ ଗ୍ରାମବାସୀ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଛନ୍ତି । ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶତାଧିକ ଗ୍ରାମବାସୀ ଧାରଣାରେ ବସି ରହିଛନ୍ତି। ଘଟଣାସ୍ଥଳରେ ଆନନ୍ଦପୁର ବିଧାୟକ, ଉପଜିଲ୍ଲାପାଳ, ଜିଲ୍ଲା ଖଣି ଅଧିକାରୀ ପ୍ରମୁଖ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ସେମାନେ ଯଥା ଶୀଘ୍ର ବେଆଇନ ବାଲିଘାଟ ବନ୍ଦ ଦାବିରେ ଅଟଳ ଅଛନ୍ତି।