ବାସୁଦେବପୁର: ଜୁରାଗଡ଼ିଆ ଗ୍ରାମରେ ପାରିବାରିକ ଝଗଡାକୁ ନେଇ ପରିବାର ଲୋକଙ୍କ ମାଡ଼ରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
ଆଜି ରାତିରେ ଜୁରାଗଡ଼ିଆ ଗ୍ରାମରେ ପାରିବାରିକ ଝଗଡାକୁ ନେଇ ପରିବାର ଲୋକଙ୍କ ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ସାମାନ୍ୟ କଥାକୁ ନେଇ ପ୍ରଥମେ ପରିବାର ଲୋକଙ୍କ ମଧ୍ୟରେ ବଚସା ହେଇଥିଲା ଓ ପରେ ପରିବାର ଲୋକେ ତାଙ୍କୁ ମାଡ଼ ମାରିବାରୁ ସେ ତଳେ ପଡିଯାଇଥିଲେ । ଗୁରୁତର ଜଣକ ସେହି ଗ୍ରାମର ରବି ଦାସ ବୋଲି ଜଣାପଡିଛି।