ବରୀ ରାମଚନ୍ଦ୍ରପୁର: ବରୀ ବ୍ଲକ ପଘିରା ଗାଁରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ଗୃହ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ
ବରୀ ବ୍ଲକ ପଘିରା ଗାଁରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ଗୃହ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଗତ କିଛିଦିନ ହେବ ବରୀ ବ୍ଲକ ପଘିରା ଗଁରେ ଏକ ଧାନ ସଂଗ୍ରହ କେନ୍ଦ୍ର ଖୋଲିବାକୁ ଚାଷୀ ମାନେ ବିଧାୟକଙ୍କ ନିକଟରେ ଦାବି କରୁଥିଲେ l ଏହି ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ବିଭାଗ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସାବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବରେ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଅତିଥିଭାବେ ଯୋଗଦେଇ ନଡ଼ିଆ ବାଡେଇ ଶିଳାନ୍ୟାସ କରିଥିଲେ l