ବାରକୋଟ କାଳୀପୂଜା ମହୋତ୍ସବରେ ଜମୁଛି ହଜାର ହଜାର ଦର୍ଶକଙ୍କ ଭିଡ । ଦୀପାବଳି ଦିନରୁ କାଳୀପୂଜା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ଭିଡ ଜମିଥିଲା । ଗଞ୍ଜାମ ଜିଲ୍ଲାରୁ ଆସିଥିବା ପଶୁମୁଖା ନୃତ୍ୟରେ ଝୁମିଥିଲେ ହଜାର ହଜାର ଦର୍ଶକ । ମୀନାବଜାର ପଡିଆ ବୁଲିବା ସହିତ ବିଭିନ୍ନ ଦୋଳି ଏବଂ ଖାଦ୍ୟର ମଜା ଉଠାଇଥିଲେ ଦର୍ଶକ । ରାତି ପ୍ରାୟ ୯ ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସକାଳୁ ସୂର୍ଯ୍ୟପୂଜା, ମା’ଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା ସହିତ ସପ୍ତସତୀ ଚଣ୍ଡୀପଠନ, ହୋମଯଜ୍ଞ ଏବଂ ପୁରୋହୀତଙ୍କର ମନ୍ତ୍ର ପାଠରେ ପ୍ରକମ୍ପିତ ହୋଇଥିଲା ।