ନବରଙ୍ଗପୁର କଲେଜରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଅନୁଷ୍ଠିତ ଯୋଗଦେଲେ ବହୁ ଅଧିକାରୀ ଅଦ୍ୟ ତା 26.10.2025 ଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲାରେ ଥିବା 6 ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା 200ରୁ ଉର୍ଦ୍ଧ ଅନ୍ତେବାସୀ ମାନଙ୍କୁ ନେଇ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ନବରଙ୍ଗପୁର କଲେଜ ପ୍ରାଙ୍ଗଣରେ ସକାଳ 10 ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଶ୍ରୀଯୁକ୍ତ ବିଶ୍ଵଜିତ କୁମାର ବର୍ମନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ.