ପୁଇଁନ୍ତଲା ବ୍ଲକରେ ‘ବନ୍ଦେ ମାତରମ୍’ ରଚନାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଏକ ଭବ୍ୟ ଦେଶଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ, ସରକାରୀ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ଉପସ୍ଥିତି ଦେଖାଯାଇଥିଲା। ସମୂହ ଗାନ ମାଧ୍ୟମରେ ‘ବନ୍ଦେ ମାତରମ୍’ ଗାଇ ଦେଶପ୍ରେମ ଓ ଜାତୀୟ ଏକତାର ସନ୍ଦେଶ ଦିଆଯାଇଥିଲା। ବକ୍ତାମାନେ ଏହି ଗୀତର ଐତିହାସିକ ଗୁରୁତ୍ୱ ଓ ସ୍ୱାଧୀନତା ସଂଗ୍ରାମରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଦେଶଭକ୍ତିର ଆତ୍ମାକୁ ଆହୁରି ସୁଦୃଢ଼