ଖରିଆର: ସିନାପାଲିରେ ସିନାପାଲି ଗାୟତ୍ରୀ ଶକ୍ତିପୀଠ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ
ସିନାପାଲିରେ ସିନାପାଲି ଗାୟତ୍ରୀ ଶକ୍ତିପୀଠ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ ଆଜି ୨ ଟା ପର୍ଯ୍ୟନ୍ତ କରାଯାଇଛି । ବରିଷ୍ଠ ସଦସ୍ଯ ଡମ୍ବରୁଧର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କମିଟିର ସଭାପତି ଭାବରେ ଶଶିଭୂଷଣ ମାଝୀ, ଉପସଭାପତି ହରିଓମ ଜିନ୍ଦଲ, ସଂପାଦକ ଦିନେଶ କୁମାର ମେହେର, ସହସଂପାଦକ ମଧୁସୂଦନ ପାତ୍ର ଓ କୋଷାଧ୍ୟକ୍ଷ ଭାବରେ ମୁନେଶ କୁମାର ଅଗ୍ରୱାଲଙ୍କୁ ସର୍ବସମ୍ମତିରେ ଚୟନ କରାଯାଇଥିଲା ।