କୁଚିଣ୍ଡା ଏନ୍ଏସି ଅଫିସ ନିକଟ ବରିଷ୍ଠ ନାଗରିକ ସଙ୍ଘ କାର୍ଯ୍ୟାଳୟରେ ସମ୍ବଲପୁର ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସଙ୍ଘ ଗଠିତ ହୋଇଯାଇଛି। କୁଚିଣ୍ଡା ସଭାପତି ଧିରେନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଟହଲି ସିହୁ, ରେଙ୍ଗାଲି ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ସଙ୍ଗଠକ ନାରାୟଣ ନାଏକ ଓ କୁଚିଣ୍ଡା ସମ୍ପାଦକ ଜନ କାମେଲ ଲାକ୍ରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ନାଗରିକ ସଙ୍ଘ କମିଟି ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ।