ବୀର ସୁରେନ୍ଦ୍ର ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଆସନ୍ତା 8 ଓ 9 ତାରିଖ ସ୍ମାର୍ଟ ଇଣ୍ଡିଆ ହାକାଥନର ସଫ୍ଟୱାର ସଂସ୍କରଣର ଗ୍ରାଣ୍ଡ ଫାଇନାଲେ ଅନୁଷ୍ଠିତ ହେବାକୁ ଯାଉଛି l ଦେଶ 60ଟି ନୋଡାଲ ସେଣ୍ଟର ମଧ୍ୟରୁ ବିସୁଟକୁ ଏହି କାର୍ଯ୍ୟକ୍ରମ କରିବା ପାଇଁ ମନୋନୀତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ସ୍ଥାନରୁ 20ଟି ଦଳ ଅଂଶ ଗ୍ରହଣ କରିବେ l ଏ ନେଇ ଭୁସୁଟ କୁଳପତି ପ୍ରଫେସର ଦୀପକ ସାହୁ ଆଜି ଦିନ 12ଟାରେ ସୂଚନା ଦେଇଛନ୍ତି l