ଦୀପାବଳି ଦିନରୁ ଆରମ୍ଭ ହୋଇଛି ଦେବଗଡ ଜିଲ୍ଲାର ପ୍ରସିଦ୍ଧ ବାରକୋଟ କାଳୀପୂଜା ମହୋତ୍ସବ । ବାରକୋଟ ସାର୍ବଜନୀନ କାଳୀପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ମହୋତ୍ସବର ଆଜି ଦ୍ୱିତୀୟ ଦିବସ ବେଶ ଧୂମଧାମ ସହିତ ଅନୁଷ୍ଠିତ ହୋଇଛି । ଆଜି ସକାଳୁ ସୂର୍ଯ୍ୟପୂଜା, ମା’ଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା ସହିତ ସପ୍ତସତୀ ଚଣ୍ଡୀପଠନ, ହୋମଯଜ୍ଞ ଏବଂ ପୁରୋହୀତଙ୍କର ମନ୍ତ୍ର ପାଠରେ ପ୍ରକମ୍ପିତ ହୋଇଥିଲା ପୂଜା ମଣ୍ଡପ । ସନ୍ଧ୍ୟାରେ ମା’ଙ୍କର ଆଳତୀ ଏବଂ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା ।