ସଦର: ବେଙ୍ଗାଓନ ଓ ଗୋପବନ୍ଧୁ ହାଇସ୍କୁଲରେ ସାଇବର ସୁରକ୍ଷା ରଥ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସାଇବର ସୁରକ୍ଷା ସଚେତନତା ଯାତ୍ରା ଲୋକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ, ଆଜି ଅପରାହ୍ନ ୩ଟା ସମୟ ରେ ବିଶ୍ୱନାଥପୁର ଥାନା ଅଧୀନ ବେଙ୍ଗାଓନ ହାଇସ୍କୁଲ ଓ ଗୋପବନ୍ଧୁ ହାଇସ୍କୁଲରେ ସାଇବର ସୁରକ୍ଷା ରଥ ପରିକ୍ରମା କରିଥିଲା। ଏହି ଅବସରରେ ଲୋକମାନଙ୍କୁ ଅନଲାଇନ ଠକେଇ, ଭୁଲ ଲିଙ୍କ ଓ ଫେକ୍ କଲ୍ରୁ ସଚେତନ ହେବା ପାଇଁ ସଚେତନତା କରା ଯାଇ ଥିଲା । ପୋଲିସ ଅଧିକାରୀମାନେ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ।