ସମ୍ବଲପୁର ମ୍ୟୁନିସିପାଲଟି: ରେଙ୍ଗାଲି ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ରାମଚନ୍ଦ୍ର ନଗର ଠାରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ
ରେଙ୍ଗାଲି ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ରାମଚନ୍ଦ୍ର ନଗର ଠାରେ ଆଜି ଦିନ ପ୍ରାୟ 12 ଟା ସମୟରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ରେ ଯୋଗଦେବା ସହ ‘କୃଷି ରଥ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଚାଷ ଉତ୍ପାଦର ଉତ୍ପାଦନ ବଢାଇବା ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ “ବିକଶିତ କୃଷି ସଂକଳ୍ପ ଅଭିଯାନ” ଆରମ୍ଭ ହୋଇଛି l ଏହି ବିକଶିତ କୃଷି ସଂକଳ୍ପ ଅଭିଯାନରେ ବୈଜ୍ଞାନିକ ମାନେ ଗାଁ ଗାଁକୁ ଯାଇ ଚାଷୀ ମାନଙ୍କ ସହ ସିଧାସଳଖ କଥା ହେବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି l