ଆନନ୍ଦପୁର: ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଟୋଲଙ୍କପଡା ଗ୍ରାମରେ ପହଞ୍ଚି ସଂସ୍କାର କାର୍ଯ୍ୟରେ ସାମିଲ ହେଲେ ଆନନ୍ଦପୁର ବିଧାୟକ
୨୦ନମ୍ବର ଜାତୀୟ ରାଜପଥ କଡରେ କୋରିଅର ଅଫିସ ପାଖରେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ଟୋଲଙ୍କପଡା ଗ୍ରାମର ସୁଶାନ୍ତ ଦାସଙ୍କ ଘରେ ତାଙ୍କ ମର ଶରୀର ପହଁଚିବା ପରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପର୍ଣ୍ଣ କରା ଯାଇଛି। ସନ୍ଧ୍ୟା୭ଟା ବେଳେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଉକ୍ତ ଗ୍ରାମରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ସୁଶାନ୍ତଙ୍କ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।