ବରଗଡ: ଘେଂସ ବଡ଼ଜୋର ନିକଟରେ ବିଜୁ ଏକ୍ସପ୍ରେସ ୱେ ରେ ରାସ୍ତା ଦବିଯିବାରୁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଲା ଟ୍ରକ
ବିଜୁ ଏକ୍ସପ୍ରେସ ୱେ ରେ ରାସ୍ତା ଦବିଯିବାରୁ ଘଣ୍ଟାଘଣ୍ଟା ଧରି ଫସି ରହିଲା ଟ୍ରକ l ସୋମବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ସୋହେଲା - ପଦ୍ମପୁର କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରେ, ଘେଁସ ବଡ଼ଜୋର୍ ନିକଟରେ ରାସ୍ତା ଦବିଯିବାରୁ ଏକ ମାଲ ବୋଝେଇ ଟ୍ରକ ଘଣ୍ଟା ଘଣ୍ଟା ଧରି ଫସିରହିଥିଲା। ତେବେ ଅନ୍ୟ ଏକ ଟ୍ରକର ସହାୟତାରେ ଫସି ରହିଥିବା ଟ୍ରକଟିକୁ ଉଦ୍ଧାର କରାଯାଇଥିଲା । ତେବେ ନିମ୍ନ ମାନର କାମ ହୋଇଥିବା ବିଜୁ ଏକ୍ସପ୍ରେସ ୱେ ର ଅନେକ ସ୍ଥାନରେ ରାସ୍ତାର ଏପରି ଅବସ୍ଥା ହୋଇଯାଇଥିଲେ ସୁଦ୍ଧା ରାସ୍ତା ମରାମତି କାର୍ଯ୍ୟ ହେଉନଥିବା ଜଣାଯାଇଛି |