ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ। ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ ଅନ୍ତର୍ଗତ ଉଟୁଣିଆ ଗାଁ ଜଙ୍ଗଲରେ ହାତୀ ଆକ୍ରମଣରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି lମୃତକ ଉଟୁଣିଆ ଗ୍ରାମର ହୃଦାନନ୍ଦ ବେହେରା(୬୨) ବୋଲି ଜଣାପଡିଛି। ଘରେ ପାଳନ କରୁଥିବା ଛେଳିଙ୍କ ପାଇଁ ଡାଳପତ୍ର ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ l ବୃଦ୍ଧ ହୃଦାନନ୍ଦଙ୍କୁ ହାତୀ ସେଠାରେ କଚାଡି ଦଳିଦେବା ଯୋଗୁଁ ଘଟଣା ସ୍ଥଳରେ ହୃଦାନନ୍ଦଙ୍କ ମୃତ୍ୟୁ ଘଟିଥିଲା l