ଲାଞ୍ଜିଗଡ: କେରଳରୁ  ଥୁଆମୁଳ ରାମପୁରକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ କରାଗଲା ଦାହ
ସୋମବାର ସକାଳ ସାଢେ ୯ଟାବେଳେ କେରଳ ରାଜ୍ୟର କାଜିକୋଢି ଜିଲ୍ଲା ଏଲାଥୋର ଥାନା ଅଞ୍ଚଳରୁ କଳାହାଣ୍ଡି ଜିଲ୍ଲା ଗୁଣପୁର ଥାନା ଅଧିନସ୍ଥ ଜୁବାଙ୍ଗ ଗ୍ରାମକୁ ଫେରିଛି ଦାଦନ ଶ୍ରମିକ ମୃତ ଦେହ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍ ତଥା ଗୁଣପୁର ପୁଲିସ ଥାନା ଅଧିନସ୍ଥ ଜୁବାଙ୍ଗ ଗ୍ରାମର ଉଦୟ ମାଝୀ ନାମକ ଜନୈକ ଶ୍ରମିକ ସୁଦୂର କେରଳ ର କୋଝିକୋଡିର କାକ୍କୋଡିରେ ଏକ ଠିକା ସ଼ଂସ୍ଥାରେ ନିୟୋଜିତ ହେଇଥିଲା।