କଣ୍ଟାମାଳ: ଡିମିରିପାଲିରେ ଦୁର୍ଗା ପୂଜା, ମହା ନବମୀରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ
ମଙ୍ଗଳବାର ରାତିରେ ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରି ପାଲି ଠାରେ ଚଳିତ ବର୍ଷ ଷ୍ଟାର୍ କ୍ଲବ୍ ପକ୍ଷରୁ ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଯାଇଛି l ମହା ସପ୍ତମୀରୁ ମହିଷା ମର୍ଦ୍ଦିନୀ ଦେବୀ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଆଜି ମହା ନବମୀରେ ଦେବୀଙ୍କ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେଉଥିବା ବେଳେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କ ଗହଳି ଦେଖିବାକୁ ମିଳିଛି l ଆୟୋଜକ ମାନଙ୍କ ପକ୍ଷରୁ ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ବ୍ୟବସ୍ଥା କରା ଯାଇଥିବା ବେଳେ ବାଉଁଶୁଣୀ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି |