ରବିବାର ମାତାକୁପା ସଂରକ୍ଷିତ ଜଙ୍ଗଲରେ କଣ୍ଟାମାଳ ପୋଲିସ୍ ଚଢାଉ କରି ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଥାନା ମାତାକୁପା ସଂରକ୍ଷିତ ଜଙ୍ଗଲର ଖଇର ମାଲ ଓ ଖମାର ଗ୍ରାମ ନିକଟରେ ହୋଇଥିବl ବେଆଇନ ଗଞ୍ଜେଇ ଚାଷ ସମ୍ପର୍କରେ ଖବର ପାଇ ଆଜି ସକାଳ 8 ଘଣ୍ଟା ସମୟରେ କଣ୍ଟାମାଳ ପୋଲିସ୍ ଚଢାଉ କରିଥିଲା l ଉକ୍ତ ଅଞ୍ଚଳରେ ହୋଇଥିବା 59 ଏକର 20 ଡ଼ିସିମିଲ ଜମିରୁ ପ୍ରାୟ 59 ହଜାର 30 ଟି ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଥିବା ସୂଚନା ମିଳିଛି |