ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଖଡିଆପାଲି ଜଙ୍ଗଲ ରେ ଜଣେ ଗୁପଚୁପ ବିକାଲିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛିI ମୃତ ଗୁପଚୁପ ବିକାଳୀ ଜଣକ ଖଡ଼ିଆପାଲି ର ଜଗନ୍ନାଥ ପଳେଇ ବୋଲି ପରିଚୟ ମିଳିଛି। ଜଗନ୍ନାଥ ସବୁଦିନ ପରି ମଙ୍ଗଳବାର ଦିନ ଗୁପଚୁପ ବିକ୍ରି କରିବା ପାଇଁ ଘରୁ ବାହାରିଥିବା ବେଳେ ସେ ଆଉ ଘରକୁ ଫେରି ନଥିଲେ। ଅନ୍ୟ ପଟେ ବୁଧବାର ଦିନ ତାଙ୍କ ରକ୍ତ ଜୁଡୁବୁଡୁ ଶବ ଜଙ୍ଗଲ ରାସ୍ତାରେ ପଡ଼ିଥିବା ସୂଚନା ପାଇ ତାଙ୍କ ପରିବାର ଲୋକ ପୋଲିସ କୁ ସୂଚନା ଦେଇ ଥିଲେ।