ସଦର: ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ କଳାହାଣ୍ଡି ପୁଲିସ ପକ୍ଷରୁ 66 ତମ ପୁଲିସ ସହିଦ ସ୍ମୃତି ଦିବସ ପାଳନ
୬୬ ତମ ପୁଲିସ ସହିଦ ସ୍ମୃତି ଦିବସ ପାଳନ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଆଜି ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ କଳାହାଣ୍ଡି ପୁଲିସ ପକ୍ଷରୁ ୬୬ତମ ପୁଲିସ ସହିଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ଯୋଗଦେଇ ସହୀଦ୍ ସ୍ମୃତି ସ୍ମାରକୀ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପରେ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବା ସହିତ ପୁଲିସ ସହିଦ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ ।