ଢେଙ୍କାନାଳ ସଦର: କଙ୍କଡ଼ାହାଡ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ମନମୁଖ କାର୍ଯ୍ୟରେ ଅସନ୍ତୋଷ ୧୧ ୱାର୍ଡ ମେମ୍ବରଙ୍କ ଉପଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ଥାନ
ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ ଗ୍ରାମ ପଞ୍ଚାୟତର ସରପଞ୍ଚ କୁନୀ ନାୟକଙ୍କ ମନମୁଖ କାର୍ଯ୍ୟରେ ୱାର୍ଡ ମେମ୍ବରମାନେ ଅସନ୍ତୋଷ ହୋଇ ଆଜି ଅପରାହ୍ନ ୪ଟା୪୫ରେ ଉପଜିଲ୍ଲାପାଳଙ୍କୁ ଏକ ଅନାସ୍ଥା ପ୍ରସ୍ଥାନ ଆଗତ କରିଛନ୍ତି I ପଞ୍ଚାୟତରେ ୧୩ଟି ୱାର୍ଡ ଥିବା ବେଳେ ଗୋଟିଏ ୱାର୍ଡରେ ନିର୍ବାଚନ ହୋଇନ ଥିବାରୁ ୱାର୍ଡମେମ୍ବର ନାହିଁନ୍ତିା ଅନ୍ୟ ୧୨ଟି ୱାର୍ଡରୁ ୧୧ ଜଣ ୱାର୍ଡ ମେମ୍ବର ସରପଞ୍ଚଙ୍କ ମନମୁଖୀ କାମରେ ଅସନ୍ତୋଷ ହୋଇ ଶେଷରେ ଆଜି ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ଥାନ ଆଗତ କରିଛନ୍ତି ।