ଛତ୍ରପୁର: ନୂଆପଡ଼ା ସୀମାନ୍ତରେ ଛତ୍ରପୁର ବିଧାୟକଙ୍କ ଗାଡି ଜାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ବାଡ୍
ନୂଆପଡା ଉପ ନିର୍ବାଚନକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୀମାନ୍ତ ତଥା ନୂଆପଡ଼ାର ପ୍ରବେଶ ପଥରେ ଯାନବାହାନକୁ କଡାକଡି ଭାବେ ଜାଞ୍ଚ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ସକାଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ କାର୍ କୁ ଜାଞ୍ଚ କରାଯାଇଛି।