ବିଞ୍ଝାରପୁର: କୋରେଇ ଥାନା ପାଟୁଳି ଛକରେ ଭାରସାମ୍ୟ ହରାଇ ରାସ୍ତାର ହମ୍ପସରେ ପଡି ଦୁଇଜଣ ଆହତ
କୋରେଇ ଥାନା ପାଟୁଳି ଛକରେ ଭାରସାମ୍ୟ ହରାଇ ରାସ୍ତାର ହମ୍ପସରେ ପଡି ଦୁଇଜଣ ଆହତ l ଆଜି ଦୁଇଜଣ ବ୍ୟକ୍ତି ଏକ ବାଇକରେ କେନ୍ଦୁଝର ଜିଲ୍ଲାରୁ କୁଆଖିଆ ସ୍ଥିତ ଘରକୁ ଫେରୁଥିଲେ l ହଠାତ ପାଟୁଳି ଛକରେ ବାଇକ ଚାଳକ ଜଣଙ୍କ ରାସ୍ତାରେ ହମ୍ପସ ଥିବା ଜାଣି ନପାରି ଦ୍ରୁତ ଗତିରେ ଚଢେଇ ଭାରସାମ୍ୟ ହରାଇ ଖୋପାଡ଼ି ହେଇପଡ଼ିଥିଲେ l ଦୁର୍ଘଟଣା ଫଳରେ ବାଇକ ଚାଳକ ଓ ସଙ୍ଗରେ ଆସିଥିବା ଆଉ ଜଣେ ବ୍ୟକ୍ତି ଖୋପାଡ଼ି ହେଇ ପଡି ଆହତ ହେଇଥିଲେ l ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଆହତ ଦୁଇଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l