ଧର୍ମଶାଳା: ଜେନାମଣି ଦୁର୍ଗା ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ମା' ଦୁର୍ଗାଙ୍କ ପୂଜା ଉତ୍ସବରେ ଯୋଗଦେଲେ ପ୍ରଣବ ବଳବନ୍ତରାୟ
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋତପୁର ଗ୍ରାମ ପଞ୍ଚାୟତରେ ଜେନାମଣି ଦୁର୍ଗା ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଜଗତ ଜନନୀ ମା' ଦୁର୍ଗାଙ୍କ ପୂଜା ଉତ୍ସବରେ ପୁର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇ ମା'ଙ୍କ ଦର୍ଶନ କରିଥିବା ସୋମବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି । ମା' ସମସ୍ତଙ୍କୁ ଶକ୍ତି ଏବଂ ସଫଳତା ପ୍ରଦାନ କରନ୍ତୁ ପବିତ୍ର ଦୁର୍ଗା ପୂଜା ଅବସରରେ କାମନା କରିଛନ୍ତି ପୁର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ l