ପୂର୍ବତଟ ରେଳ କର୍ମଚାରୀ ସଙ୍ଘ ସମ୍ବଲପୁର ପକ୍ଷରୁ ଆଜି ସମ୍ବଲପୁର ଡିଆରଏମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବୀ ନେଇ ଆଜି ଧାରଣା ଦିଆଯାଇଛି l ଏହି ଧାରଣା ରେ ପୂର୍ବତଟ ରେଳ କର୍ମଚାରୀ ସଙ୍ଘ ସମ୍ବଲପୁର ର ବହୁ ସଦସ୍ୟ ମାନେ ସାମିଲ ହୋଇଥିଲେ l ସଙ୍ଘ ପକ୍ଷରୁ ସରକାର ଙ୍କୁ ଅଷ୍ଟମ ବେତନ କମିଶନ ପାଇଁ ଟିମ ଗଠନ କରାଯିବା ପାଇଁ ବହୁ ଦିନରୁ ଦାବୀ ହୋଇଆସୁଛି, କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ଟିମ ଗଠନ କରିନାହାନ୍ତି l ତାହାସହ ଡିଭିଜନ ସ୍ତରୀୟ ବହୁ ସମସ୍ୟା ରହିଛି l ଯେପରି କି କମରସିଆଲ ଷ୍ଟାଫ ମାନଙ୍କୁ ବିନା କାରଣରେ ହଇରାଣ କରାଯାଉଛି l ଟ୍ରାକ ମେନ ମାନଙ୍କୁ କାର୍ଯ୍ୟ ନାଁରେ ଅତ